ମୁଖ୍ୟ ଖବର

ଅନୁଗୁଳରେ ପୋଲିଂ କର୍ମଚାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ, ସବୁ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

By Angul TV Bureau

May 16, 2024

ଅନୁଗୁଳ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୫ରେ ଅନୁଗୁଳରେ ମତଦାନ ହେବ। ଏଥିପାଇଁ ନିୟୋଜିତ ପୋଲିଂ କର୍ମଚାରୀଙ୍କର ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୧୩ ଓ ୧୪ ତାରିଖରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି।

ସୂଚନା ମୁତାବକ, ୫୯- ପାଳଲହଡ଼ାରେ ୧୫୮୮ ଜଣ, ୬୦- ତାଳଚେରରେ ୧୩୧୩, ୬୧- ଅନୁଗୁଳରେ ୧୬୨୫ ଜଣ, ୬୨- ଛେଣ୍ଡିପଦାରେ ୧୫୧୨ ଜଣ ଓ ୬୩- ଆଠମଲ୍ଲିକରେ ୧୫୬୧ ଜଣ ପୋଲିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସବୁ ଶିବିରକୁ ଜିଲ୍ଲାପାଳ ଅଦ୍ଦାଲ୍ ଏମ ଆଖତାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ପରିଦର୍ଶନ କରି ପୋଲିଂ କର୍ମଚାରୀମାନଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ନିମନ୍ତେ ଗୁରୁତ୍ଵ ଦେଇଥିଲେ।