ଅନ୍ୟାନ୍ୟ

ଭିଜିଲାନ୍ସ ଜାଲରେ ସାନହୁଲ୍ଲା କୋଅପରେଟିଭ ସୋସାଇଟି ସମ୍ପାଦକ, ଧାନ କିଣା ପାଇଁ ଟୋକନ କରାଇଦେବାକୁ ଚାଷୀଙ୍କଠୁ ନେଉଥିଲେ ୪୦ ହଜାର ଟଙ୍କା

By Angul TV Bureau

April 04, 2022

ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଠମଲ୍ଲିକ ସାନହୁଲ୍ଲା କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁଙ୍କୁ ଧରିଛି ଭିଜିଲାନ୍ସ।

ମିଳିଥିବା ସୂଚନାନୁଯାୟୀ, କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ଜଣେ ଚାଷୀଙ୍କ ଧାନ କିଣା ପାଇଁ ଟୋକନ କରାଇଦେବାକୁ ୪୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଚାଷୀ ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ସୋମବାର ଚାଷୀ ଜଣକ ପଦ୍ମଲୋଚନଙ୍କୁ ୪୦ ହଜାର ଟଙ୍କା ଦେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ।

ଏବେ ଭିଜିଲାନ୍ସ ପକ୍ଷରୁ ପଦ୍ମଲୋଚନ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି। ଠାକୁରଗଡ଼ ସାନହୁଲ୍ଲାରେ ଥିବା ପଦ୍ମଲୋଚନଙ୍କ ଘରେ ଚଢ଼ଉ କରି ତଦନ୍ତ ଚଳାଇଛି ଭିଜିଲାନ୍ସ।