ଅନ୍ୟାନ୍ୟ

ଗଣତନ୍ତ୍ର ଦିବସରେ ସୁରକ୍ଷାକର୍ମୀ ପୁରସ୍କୃତ

By Biswaranjan Pattnaik

January 28, 2023

ଅନୁଗୁଳ: ଗଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଏମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀ ତ୍ରିନାଥ ନାଏକଙ୍କୁ ଡା ପ୍ରଧାନ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ତ୍ରିନାଥ ଗତ ନଭେମ୍ବର ମାସରେ ହସ୍ପିଟାଲରୁ ପଳାଇଯାଇଥିବା ଜଣେ ମାନସିକ ରୋଗୀଙ୍କୁ ନିଜ ଗାଁ ଅଙ୍ଗାରବନ୍ଧରେ ଠାବକରିବା ସହ ସାଇକଲରେ ବସାଇ ତାଙ୍କୁ ପୁଣି ଅନୁଗୁଳ ମେଡ଼ିକାଲରେ ଭର୍ତି କରାଇ ଥିଲେ। ଏଟିଭିରେ ଏହି ଘଟଣା ପ୍ରକାଶିତ ହେବା ପରେ ତ୍ରିନାଥଙ୍କୁ ଅନେକ ପ୍ରଶଂସା ମିଳିଥିଲା।