ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ଭାରପ୍ରାପ୍ତ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ବଇଣ୍ଡା ଅବକାରୀ ଅଧିକାରୀ ରଞ୍ଜିତା ହରିଚନ୍ଦନ, ଏଏସଆଇ ମାନସ ରଞ୍ଜନ ପ୍ରଧାନ ଓ ଆଠମଲ୍ଲିକ ବଇଣ୍ଡା ଅବକାରୀ କର୍ମଚାରୀମାନେ ମିଳିତ ଚଢ଼ାଉ କରି ହଣ୍ଡପା ଥାନା ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମର ସିଲି ବେହେରା, ଠାକୁରଗଡ଼ ଥାନା ଅନ୍ତର୍ଗତ ବରହମ ଗ୍ରାମର ଗୁନା ମାଝୀ, ଉଦ୍ଧବ ଭୋଇ, ବଡଦାଦର ଗ୍ରାମର ଅମୃତ୍ତି ନାୟକ, ଘୋଡାବାନ୍ଧୁଣି ଗ୍ରାମର ପ୍ରତିମା ପଧାନ, ତଳେଇପଥର ଗ୍ରାମର ରୁକ୍ମଣ ବିଶ୍ୱାଳ ଓ କରଡ଼ାବାହାଳ ଗ୍ରାମର ନରେନ୍ଦ୍ର ସାହୁଙ୍କ ଠାରୁ ୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ କରିଛନ୍ତି l ଗିରଫ ୭ ଜଣଙ୍କୁ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l