ମୁଖ୍ୟ ଖବର

କାଠ ଚୋରି ବେଳେ ଛେଣ୍ଡିପଦା ବନ ବିଭାଗର ଅତର୍କିତ ଚଢ଼ଉ, ୬୦ ହଜାର ଟଙ୍କାର ୮ ଶାଳ ଗଣ୍ଡି ଜବତ

By Sanjeeb Biswal

February 03, 2023

ଛେଣ୍ଡିପଦା: ଛେଣ୍ଡିପଦା ରେଞ୍ଜ ପାଟକୁମୁଣ୍ତା ଗାଁ ନିକଟରେ ଥିବା ବିଜାପଦା ଜଙ୍ଗଲରୁ ବନ ବିଭାଗ ୮ଟି ଶାଳ ଗଣ୍ତି ଜବତ କରିଛି l

ସୂଚନା ମୁତାବକ, ପାଟକମୁଣ୍ତା ଗ୍ରାମ ନିକଟ ବିଜାପଦା ଜଙ୍ଗଲରେ କିଛି ଲୋକ ଶାଳ ଗଛ କାଟି ରଖିଥିଲେ। ଖବର ପାଇ ଛେଣ୍ତିପଦା ବନବିଭାଗ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ବନବିଭାଗକୁ ଦେଖି କାଠ ଚୋର ମାନେ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ୮ଟି ଶାଳ ଗଣ୍ଡି ଜବତ କରି ବନ ଅଧିକାରୀ ଛେଣ୍ତିପଦା ବନ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ କାଠ ୪୦ ସିଫ୍ଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବନବିଭାଗ ଆକଳନ କରିଛି l ଏହି ଚଢଉରେ ଫରେଷ୍ଟର ମିନତୀ ବେହେରା, ଫରେଷ୍ଟର ସୁଶାନ୍ତ ନାଏକ, ଦୀପକ ପ୍ରଧାନ, କମଳଲୋଚନ ପ୍ରଧାନଙ୍କ ସମେତ ବନ କର୍ମଚାରୀମାନେ ସାମିଲ ହୋଇଥିଲେ।