ମୁଖ୍ୟ ଖବର

ଚାଲାଣ ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

By Angul TV Bureau

July 26, 2024

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଚୋରାଚାଲାଣ ହେଉଥିବା ୧୦. ୧୩୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ ଗିରଫ।

ସୂଚନା ମୁତାବକ, ଶୁକ୍ରବାର ଦିନ ୧୧. ୩୦ରେ ଏକ ଅଟୋ ( ଓଡି ୧୯ଆର ୪୬୮୭) ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ଥାନା ପୋଲିସ ଛକିଥିଲା। ଆଇ.ଆଇ.ସି ଧୀରେସ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅଟୋର ପିଛା କରିଥିଲେ। ରାଣୀଗୁଡା ସ୍ଥିତ ରେଲୱେ ଷ୍ଟେସନ ନିକଟସ୍ଥ ବିଦ୍ୟୁତ ସବ ଷ୍ଟେସନ ନିକଟରେ ଉକ୍ତ ଅଟୋକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୦. ୧୩୦କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିସହ ଚାଲାଣରେ ସମ୍ପୃକ୍ତ ରାଣୀଗୁଡା ଗ୍ରାମର ରଞ୍ଜନ ଭୂତିଆକୁ ଗିରଫ କରିଥିବା ଆଇ.ଆଇ.ସି ଶ୍ରୀ ଦାସ ସୂଚନା ଦେଇଛନ୍ତି।