ଘଟଣା ଓ ଦୁର୍ଘଟଣା

ବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

By Biswaranjan Pattnaik

February 25, 2025

ଅନୁଗୁଳ: ଗତ ୨୩ ତାରିଖ ଦିନ ୧୦ ଟା ସମୟରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ବାଲିପଟ୍ଟା ନୂଆପଡା ମାଟିଗାଡିଆ ସାହିରୁ ବିପୁଳ ଚୋରା କାଠ ଜବତ ହୋଇଛି। ଜରପଡା ରେଞ୍ଜ ଅଫିସର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜାଗା ଉପରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ୧୧ ଟି ଶାଗୁଆନ ଗଣ୍ଡି, ୨୨ ଟି ଶାଳ ଗଣ୍ଡି ଏବଂ ପ୍ରାୟ ଅଢେଇ କ୍ୟୁବିକ ମିଟର ର ୯ ଟି ଶାଳ ପଟା ଜବତ କରାଯାଇଥିଲା। ଜବତ କାଠ ଗୁଡିକୁ ଜରପଡା ରେଞ୍ଜ ଅଫିସକୁ ସ୍ଥାନାନ୍ତର କରାଯାଇଥିଲା। ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାଏକ, ଫରେଷ୍ଟର ବସନ୍ତ ଗଡ଼ନାୟକ, ଲିଙ୍ଗରାଜ ଦେହୁରୀ, ସୁଜିତ କଅଁର ଓ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ।