ମୁଖ୍ୟ ଖବର

ବାଘ ଛାଲ ଜବତ ଘଟଣା: ଗିରଫ ୨ ବ୍ୟବସାୟୀଙ୍କୁ ରିମାଣ୍ଡରେ ଆଣିଲା ବନବିଭାଗ

By Angul TV Bureau

July 04, 2024

ଅନୁଗୁଳ : ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ଫୁଲଝରୀ ନିକଟରୁ ବାଘ ଛାଲ ଜବତ ଘଟଣାରେ ୨ ବ୍ୟବସାୟୀଙ୍କୁ ରିମାଣ୍ଡରେ ଆଣିଛି ବନ ବିଭାଗ। ସୂଚନା ମୁତାବକ, ଗତ ୧୯ ତାରିଖରେ ବାଘ ଛାଲ କିଣାବିକା ସମୟରେ ବନ ବିଭାଗ ଚଢ଼ଉ କରି କଲରାପତରିଆ ବାଘର ଛାଲ ଓ ନଖକୁ ଜବତ କରିଥିଲା। ଏହି ମାମଲାରେ ହାଣ୍ଡିଗୁଡ଼ା ଗ୍ରାମର ଟିକନ ଗୋଛାୟତ ଓ ବସନ୍ତପୁର ପଞ୍ଚାୟତ ଧଉରାଖମଣ ଗ୍ରାମର ଯୁଗଳ ନାଏକଙ୍କୁ ଗିରଫ କରିଥିଲା ବନବିଭାଗ ଟିମ୍। ବାଘ ଛାଲ ଧରି ଦୁହେଁ ବିକ୍ରି ପାଇଁ ଫୁଲଝରୀ ଛକ ନିକଟରେ ଅପେକ୍ଷାରେ ଥିବା ବେଳେ ବନ କର୍ମଚାରୀ ଦୁହିଁଙ୍କୁ ମାଡ଼ି ବସିଥିଲେ।

ତେବେ ବାଘ ଛାଲ ଓ ନଖ କାହାକୁ ବିକ୍ରି କରିଥାନ୍ତେ, ଏହି ଶିକାରରେ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ସବୁ ତମାମ ପ୍ରଶ୍ନର ଉତ୍ତର ପାଇଁ ବନବିଭାଗ ପକ୍ଷରୁ ଦୁହିଁଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ ଆରମ୍ଭ କରିଛି।