ଅନୁଗୁଳ: ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମରେ ଅନୁଗୁଳ ଚେସ୍ ଆସୋସିଏସନ ଆନୁକୂଲ୍ୟରେ ଜାତୀୟ ଚେସ୍ ଚମ୍ପିୟାନସିପ ପାଇଁ ଏକ ଚୟନ ଶିବିର ତଥା ପ୍ରତିଯୋଗୀତା ଚଳିତ ମାସ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଭା ସମ୍ପନ୍ନ ବାଳକ ଓ ବାଳିକା ଖେଳାଳି ମାନେ ଅଂଶ ଗ୍ରହଣ କରିବେ। ଏଥିନେଇ ଅଧିକ ବିବରଣୀ ଚାହୁଁ ଥିବା ବ୍ୟକ୍ତିବିଶେଷ ଶାନ୍ତନୁ ସର,ସଭାପତି 9437155980 ରେ ଯୋଗାଯୋଗ କରିବାକୁ ଅନୁରୋଧ।