ଅନ୍ୟାନ୍ୟ

ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ, ତାଲିମ ନେଲେ ୯୮ ଜଣ ଛାତ୍ରୀ

By Angul TV Bureau

January 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତ ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଛି। କଲେଜ ଅଧ୍ୟକ୍ଷ ଦିଗମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ଯୋଗଦେଇ ଆତ୍ମରକ୍ଷା କୌଶଳର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ୮ ଦିନ ଧରି ଚାଲିଥିବା ଶିବିରରେ କଲେଜର ୯୮ ଜଣ ଛାତ୍ରୀ ତାଲିମ ନେଇଥିଲେ। ପ୍ରଶିକ୍ଷିକା ପି. ଚିନ୍ମୟୀ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଡେମୋନଷ୍ଟ୍ରେଟର ବିଷ୍ଣୁଚରଣ ନାୟକ, ଅଧ୍ୟାପକ ଭଗବାନ ସାହୁ, ସୌଦାମିନୀ ଦାସ, ନିରଞ୍ଜନ ପ୍ରଧାନ, ଅରୁଣ କୁମାର ନାୟକ, ନିରଞ୍ଜନ ସ୍ୱାଇଁ, ସଞ୍ଜୟ କୁମାର ପ୍ରଧାନ, ଖେଳ ଶିକ୍ଷକ ବଂଶୀଧର ସାହୁ,ଡାଟା ଏଣ୍ଟ୍ରି ଅପେରେଟର କମଳାକାନ୍ତ ବିଶି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଉପାଧ୍ୟାକ୍ଷ ଇନ୍ଦ୍ରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।