ଅନ୍ୟାନ୍ୟ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

By Angul TV Bureau

February 09, 2023

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମଦିଆଯାଇଛି । ଆୟୋଜିତ ଏହି ଶିବିରକୁ ବିଦ୍ୟାଳୟର ଅଧକ୍ଷା ଶିବାନୀ ମହାପାତ୍ର ଉଦଘାଟନ କରି ପ୍ରଶିକ୍ଷଣର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ୮ଦିନ ବ୍ୟାପି ଏହି ଶିବିରରେ ତାଲିମ ଅଧିକାରିଣୀ ସୁଷମା ମଞ୍ଜରୀ ଦାସ ଏହି ଶିବିର ଆୟୋଜନ ଉଦ୍ୟେଶ ବିଷୟରେ ବୁଝାଇ ଥିଲେ । ସେହିପରି ଅଧ୍ୟାପିକା ଗାୟତ୍ରୀ ଧର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ମାଷ୍ଟର ଟ୍ରେନର ରିମା କୁମାରୀ ଓ ଶୁଭଶ୍ରୀ ଭୁତିଆଙ୍କ ପ୍ରତକ୍ଷ ତତ୍ୱବାଧାନରେ ଛାତ୍ରୀମାନେ ପ୍ରତିକୂଳ ପରିସ୍ଥିତିରେ ନିଜକୁ କିପରି ଭାବରେ ରକ୍ଷା କରିପାରିବ ସେହି ବିଷୟରେ ତାଲିମ ଦିଆଯାଇଥିଲା। ତାଲିମ ନେଉଥିବା ସମସ୍ତ ଛାତ୍ରୀ ମାନଙ୍କୁ ବୁଧବାର ଉଦଯାପନୀ ଦିବସରେ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।