ଅନ୍ୟାନ୍ୟ

ଜାତୀୟ ଶିକ୍ଷା ନୀତି, କୌଶଳ ବିକାଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

By Angul TV Bureau

December 02, 2025

ଅନୁଗୁଳ: “ଯୁବ ସମାଜ କୌଶଳୀ ହେଲେ କୁଶଳ ଭାରତ ସମ୍ଭବ ହୋଇପାରିବ,” ଏହି ପରିପ୍ରେକ୍ଷୀରେ ସରକାରୀ ତାଲିମ କେନ୍ଦ୍ର, ଆଠମଲ୍ଲିକ ତରଫରୁ ଜାତୀୟ ଶିକ୍ଷା ନୀତି (NEP) ଏବଂ କୌଶଳ ବିକାଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ତାଲିମ କେନ୍ଦ୍ର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସେ ଏହାର ଆଭିମୁଖ୍ୟ, ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀର କର୍ତ୍ତବ୍ୟ ଏବଂ ସାମ୍ପ୍ରତିକ ସମୟରେ କୌଶଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ପ୍ରଶିକ୍ଷକ ନିକୁଞ୍ଜ ବିହାରୀ ଦାଶ ଓ ରାଜେଶ କୁମାର ସାହୁ ପାଠପଢ଼ା ସହିତ ବୈଷୟିକ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେମାନେ କ୍ଷୁଦ୍ର ଶିଳ୍ପ ଓ ଉଦ୍ୟୋଗ ତରଫରୁ ପ୍ରଦାନ କରାଯାଉଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଯୁବକମାନଙ୍କୁ ସୂଚନା ଦେଇଥିଲେ।

ଅଧ୍ୟାପକ ତରଣୀସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରନ୍ଥାଗରିକ ଗୋବର୍ଦ୍ଧନ ପ୍ରଧାନ, ଅଭିଜିତ ପ୍ରଧାନ ଏବଂ ସୁଶାନ୍ତ ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।