ଅନୁଗୁଳ: ସମାଜରୁ ସାମ୍ପ୍ରଦାୟିକ ସମସ୍ୟାର ସମାଧାନ ପାଇଁ ଶନିବାର ସ୍ଥାନୀୟ ବାଜିରାଉତ ଛାତ୍ରାବାସଠାରେ ସାମ୍ପ୍ରଦାୟିକତା ବିରୋଧୀ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ବ୍ରଜବନ୍ଧୁ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବାଥିଲେ। ଅବସପ୍ରାପ୍ତ ପ୍ରଧାନଶିକ୍ଷକ ତରୁଣ ଦେହୁରୀ ଆଲୋଚନା ସଭାର ଭିଭିପତ୍ର ପାଠ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ କ୍ଷୀରୋଦ କର, ସମ୍ମାନିତ ଅତିଥି ଭାବେ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନ, କବି ଶୈଳେଜ ରବି, ଇଂ. ଧନେଶ୍ଵର ସାହୁ, ତ୍ରିଲୋଚନ ଜେନା, ନବଜୀବନ ମଣ୍ଡଳର ସମ୍ପାଦକ ମୂରଲୀଧର ମୂଳିଆ, ମାନସ ପଟ୍ଟନାୟକ, ଲିପିକା ମହାପାତ୍ର, ନାରାୟଣ ସେଠୀ ପ୍ରମୁଖ ବକ୍ତବ୍ୟଦେଇ ସ୍ଵାଧୀନତାର ୭୫ବର୍ଷ ପରେ ବି ଆମ ଦେଶରେ ସାମ୍ପ୍ରଦାୟିକ ସମସ୍ୟା ଏକ ପ୍ରମୁଖ ସମସ୍ୟାଭାବେ ରହିଛି ବୋଲି ପ୍ରକାଶ କରିଥିଲେ। ସମାଜରୁ ସାମ୍ପ୍ରଦାୟିକ ସମସ୍ୟା ଦୂର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ପ୍ରଗତିଶୀଳ ନାଗରିକ ଚିନ୍ତନ ମଞ୍ଚ” ନାମରେ ଏକ କମିଟି ଗଠନ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ ତ୍ରେତାନନ୍ଦ ସାମନ୍ତ, ନିରୋଦ ପାଳ, ବଳରାମ ବେହେରା, କୁଳମଣି ବେହେରା, ସୂର୍ଯ୍ୟକାନ୍ତ ଦାସ,ଆଇନ୍ଜୀବୀ ରଜତ ରଞ୍ଜନ ଦାସ, ଗୋପାଳ ନାଥ, ଅଜୟ ଭାଇ, ପରମେଶ୍ବର ପ୍ରଧାନଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷାବିତ୍ ଅଭିମନ୍ୟୁ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।