ଅନ୍ୟାନ୍ୟ

ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

By Angul TV Bureau

December 08, 2022

ଆଠମଲ୍ଲିକ: ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଠମଲ୍ଲିକ ମହାବିଦ୍ୟାଳୟରେ ବୁଧବାର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଆଦିତ୍ଯ କୁମାର ସାହୁ ଅଧ୍ୟକ୍ଷତା କରି ଓଡ଼ିଶାରେ ଭାରତ ସ୍ଵାଧୀନତା ଆନ୍ଦୋଳନ ଉପରେ ମତ ରଖିଥିଲେ।

ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୀବର୍ଦ୍ଧନ ବାରିକ୍ ରିସୋର୍ସ ବ୍ୟକ୍ତି ଭାବରେ ଯୋଗ ଦେଇ ସୁରେନ୍ଦ୍ର ସାଏଙ୍କ ଉପରେ ଅଲୋକପାତ କରିଥିଲେ। ବିଭାଗୀୟ ଅଧ୍ୟାପିକା କ୍ଷୀରୋଦିନି ଜୟ ସୁରେନ୍ଦ୍ର ସାଏଙ୍କ ଜାତୀୟ ଆନ୍ଦୋଳନର ଭୂମିକା ଉପରେ ମତ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଇତିଶ୍ରୀ ଦେହୁରୀ, ମୀରା ନାଏକ ଏବଂ ଅନନ୍ୟା ନାଏକ ପ୍ରମୁଖ ଆଲୋଚନା ପତ୍ର ପାଠ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପକ ମଦନ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।