ଅନ୍ୟାନ୍ୟ

ଆନନ୍ଦ ମାର୍ଗ ସଂଘ ପକ୍ଷରୁ ସେମିନାର ଉଦଯାପିତ

By Biswaranjan Pattnaik

July 16, 2023

ଅନୁଗୁଳ: ସ୍ଥାନୀୟ ଶିକ୍ଷକ ପଡ଼ା ସ୍ଥିତ ଏଞ୍ଜେଲ୍‌ ୱୀଙ୍ଗ ସ୍କୁଲ ପରିସରରେ ଆନନ୍ଦ ମାର୍ଗ ପ୍ରଚାରକ ସଂଘ ପକ୍ଷରୁ ତ୍ରି ଦିବସିୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ପ୍ରଭାତ ଫେରି ସମେତ,ଯୋଗ ଆସନ,ଧ୍ୟାନ,ସାମୁହିକ ପ୍ରାର୍ଥନା ଆଦି ଆୟୋଜିତ ହୋଇଥିଲା।ମୁଖ୍ୟ ପ୍ରଶିକ୍ଷକ ଭାବେ ପ୍ରିୟତୋଷାନନ୍ଦ ଅବଧୂତ ଏଥିନେଇ ମାର୍ଗ ଦର୍ଶନ କରିଥିଲେ। ତାଙ୍କୁ ଏଥିରେ ସହଯୋଗ କରିଥିଲେ ନବାରୁଣାନନ୍ଦ ଅବଧୂତ ଓ ଆନନ୍ଦ ପ୍ରଭା ଅବଧୁତିକା। ପୁଞ୍ଜିପତି ଓ ସର୍ବହରା ମଧ୍ୟରେ ତାରତମ୍ୟ କିଭଳି ଦୂର ହେବ, ବେରୋଜଗାରି ସମାପ୍ତି ସାଙ୍ଗକୁ ଏକ ଉତ୍ତମ ସମାଜ ଗଠନ ପାଇଁ ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନ କିଭଳି ହେବ ସେଥିନେଇ ମୁଖ୍ୟ ପ୍ରଶିକ୍ଷକ ତାଲିମ ଦେଇଥିଲେ। ଦିବ୍ୟ ଲୋଚନ ଗଡ଼ନାୟକ,ଦିଲୀପ ପଣ୍ଡା,ସରୋଜ ପଟ୍ଟନାୟକ ପ୍ରମୁଖ ସେମିନାର ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଭକ୍ତ ଏହି ଉତ୍ସବରେ ଯୋଗ ଦେଇଥିଲେ।