ଅନ୍ୟାନ୍ୟ

ଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

By Biswaranjan Pattnaik

August 16, 2023

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଗ୍ରାମେଶ୍ୱରୀ ମା’ ବଗାଧରଙ୍କ ପୀଠରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ମଞ୍ଚର ସଭାପତି ରାଜ କିଶୋର ଦାସ ପତାକା ଉତ୍ତୋଳନ କରି ଦେଶର ଅଖଣ୍ଡତା ନିରାପତ୍ତା ରକ୍ଷା କରିବା ସହିତ ଦିବସ ପାଳନର ମହତ୍ବ ଉପରେ ବକ୍ତବ୍ଯ ଦେଇଥିଲେ। ଏହା ପରେ ସଦସ୍ଯ ଗଣ ଜାତୀୟ ସଂଗୀତ ଗାନ କରିଥିଲେ।

ଏ ଅବସରରେ ସମ୍ପାଦକ ବସନ୍ତ କୁମାର ଦାସ ଦେଶବାସୀଙ୍କ ସହଯୋଗରେ ମହାତ୍ମାଗାନ୍ଧୀଙ୍କ ଅହିଂସା ଓ ଅସହଯୋଗ ଆନ୍ଦୋଳନ ଦ୍ବାରା ଦେଶ ସ୍ବାଧୀନ ହୋଇଥିବାର କହିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଅରୁଣ କୁମାର ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ଯ ଦାମୋଦର ଦାସ, ପୂର୍ଣ୍ଣଚନ୍ଦ୍ର ସିଂହ ସାମନ୍ତ, ସୁଧାକର ଦାସ, ତ୍ରେତାନନ୍ଦ ସାମନ୍ତ, ଭଗବାନ ମହାପାତ୍ର, ଉଚ୍ଛବ ବେହେରା, ପ୍ରମୋଦ ଚନ୍ଦ୍ର ଦାସ, ହୃଷିକେଶ ସାହୁ, ଶ୍ରୀପତୀ ମହାପାତ୍ର, ପ୍ରେମାନନ୍ଦ ସାମନ୍ତ, ବାଇଚଣ୍ଡୀ ଦେହୁରୀ, ଟୁକୁ ପ୍ରଧାନ, କିଶୋର ସାହୁ, ଶରତ ଦେହୁରୀ, ଅର୍ଜୁନ ସାହୁ, ଗୋବିନ୍ଦଚନ୍ଦ୍ର ସାମନ୍ତ, ଆଦିକନ୍ଦ ସାମନ୍ତ, ଗୋକୁଳ ଚନ୍ଦ୍ର ସାମନ୍ତ, ଦୁର୍ଯ୍ୟୋଧନ ବାରିକ, ଗୋବିନ୍ଦ ଚନ୍ଦ୍ର ସାମନ୍ତ, ବୀରେନ ଦାସ, କୁମୁଦ ଦାସ, ନୀର ସାହୁ, ଟୁଟୁ ସାହୁ ପ୍ରମୁଖ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।