ଅନୁଗୁଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ଅଦାଲତରେ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇନ୍ଜୀବୀ ପ୍ରଦୀପ କୁମାର ଦେବତା। ଏ ସଂପର୍କରେ ଗତ ୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ଶ୍ରୀ ଦେବତା ଗତ ୨୦ରୁ ଅଧିକ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ଓକିଲାତି କରି ଆସୁଛନ୍ତି। ବିଶେଷକରି ଦେୱାନି ଅଦାଲତରେ ମାମଲା ପରିଚାଳନା କରି ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି। ଓକିଲାତି ପୂର୍ବରୁ ସେ ୨୦୦୩ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଅନୁଗୁଳ ପୌର ପରିଷଦର କାଉନ୍ସିଲ୍ର ରହି ଆସିଛନ୍ତି। ସରକାରୀ ଓକିଲ ଭାବେ ନିଯୁକ୍ତି ସୂଚନା ମିଳିବା ପରେ ସହରର ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତେବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ କିପରି ଉଚିତ ନ୍ୟାୟ ପାଇବେ ସେ ଦିଗରେ ସେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି ଶ୍ରୀ ଦେବତା।