ଅନ୍ୟାନ୍ୟ

ବରିଷ୍ଠ ସାମ୍ବାଦିକ ଏବଂ ଗବେଷକଙ୍କ ପରଲୋକ

By Biswaranjan Pattnaik

December 29, 2023

ଅନୁଗୁଳ: ଅନୁଗୁଳ କଲେଜର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ନୀଳମାଧବ ଦାସଙ୍କ ଏକମାତ୍ର ପୁତ୍ର ଶ୍ୟାମାନୁଜ ଦାସଙ୍କ ଦିଲ୍ଲୀ ଜନକପୁରୀ ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବିରଳ ମୋଟର ନ୍ୟୁରନ୍ ଡିଜିଜରେ ପୀଡିତ ଥିଲେ। ଦିଲ୍ଲୀରୁ ଆଇଆଇଏମସିରୁ ସାମ୍ବାଦିକତା କୋର୍ସ ସାରି ଭଏସ ଏଣ୍ଡ ଡାଟାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବିଟୁବି ଟେକ୍ନୋଲୋଜି,ସାଇବର ମିଡିଆରେ ଉଚ୍ଚତର ଗବେଷଣା କରି ଆଇଟୀ କ୍ଷେତ୍ରରେ ଦେଶରେ ବେଶ୍ ପରିଚିତ ହୋଇଯାଇଥିଲେ।ସେ ଡାଟା ଜୋରନୋ ପ୍ରତିଷ୍ଠା କରି ଡାଟା ସାମ୍ବାଦିକତା ଓ ଡାଟା ବିଶ୍ଳେଷଣ କ୍ଷେତ୍ର ରେ ଅନେକ ଛାତ୍ରଙ୍କୁ ତାଲିମ ଦେଉଥିଲେ। ଗତ ୨୮ ତାରିଖ ରେ ତାଙ୍କର ଅକାଳ ବିୟୋଗ ଅନୁଗୁଳରେ ଶୋକର ଛାୟା ଖେଳାଇ ଦେଇଛି। ଦିଲ୍ଲୀରେ ତାଙ୍କର ଆଜି ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଯାଇଛି।