ଅନୁଗୁଳ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାରକରି ଶୁକ୍ରବାର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଏଫଟିଏସସି)। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ବେଡ଼ଶାସନ ଗାଁ ଆର୍ତ୍ତତ୍ରାଣ ବେହେରା ୨୦୧୯ ଜାନୁଆରୀ ୨୭ରେ ଜଣେ ୫ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକାଙ୍କ ଭାଇ ଘରେ ଖବର ଦେବା ପରେ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଆର୍ତ୍ତତ୍ରାଣ ଝିଅକୁ ଉଲ୍ଲଗ୍ନ ଅବସ୍ଥାରେ କୋଳରେ ବସାଇଥିଲେ। ଏଥିନେଇ ନାବାବେଳିକାଙ୍କ ପରିବାର ବନ୍ତଳା ଥାନାରେ ଲିଖିତଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆର୍ତ୍ତତ୍ରାଣଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାରକର ବିଚାରପତି ଅଭିଯୁକ୍ତ ଆର୍ତ୍ତତ୍ରାଣକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜୋରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୁଶାନ୍ତ କୁମାର ମିଶ୍ର ପରିଚାଳନା କରୁଥିଲେ।