ମୁଖ୍ୟ ଖବର

ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

By Angul TV Bureau

August 17, 2025

ଅନୁଗୁଳ: ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣାରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ହେଲେ ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁର ସଦାନନ୍ଦ ଗଡ଼ନାୟକ। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାକୁ ଅତିରିକ୍ତ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ।

ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ଅନ୍ତୁଳିଆର ଜଗବନ୍ଧୁ ବେହେରା(୫୫)ଙ୍କୁ ସଦାନନ୍ଦ ରାଜରାସ୍ତାରେ ଭୁଜାଲିରେ ହାଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଜଗବନ୍ଧୁଙ୍କ ପତ୍ନୀ ଜାଇତ୍ରୀ ବେହେରା ପୁରୁଣାକୋଟ ଥାନାରେ ଏତଲା ଦେଇଥିଲେ। ଏହି ଆଧାରରେ ପୁଲିସ ୫୦/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ହୃଷିକେଶ ଆଚାର୍ଯ୍ୟ ମାମଲାର ଶୁଣାଣି କରୁଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲେ।