ଅନ୍ୟାନ୍ୟ

ତୃତୀୟଲିଙ୍ଗୀ ମାନଙ୍କ ପାଇଁ ଏସ୍‌ସିବି ଓ ଏମ୍‌ସରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

By Biswaranjan Pattnaik

August 11, 2024

ଅନୁଗୁଳ: ତୃତୀୟଲିଙ୍ଗୀ ମାନେ ଡାକ୍ତରଖାନାକୁ ଆସିଲେ କେଉଁ ୱାର୍ଡରେ ରହିବେ ସେ ନେଇ ନାନା ସମସ୍ୟା ସୃଷ୍ଟି ହେଉଛି ସେମାନେ କେତେବେଳେ ପୁରୁଷ ୱାର୍ଡରେ ତ କେତେବେଳେ ମହିଳା ୱାର୍ଡ ରଖାଯାଉଛି। କିନ୍ତୁ ଏଥିରେ ତୃତୀୟଲିଙ୍ଗୀ ମାନେ ଅସହଜ ଅନୁଭବ କରୁଛନ୍ତି। ଫଳରେ ସେମାନେ ଡାକ୍ତରଖାନାକୁ ଆସୁନାହାନ୍ତି ।

ଓଡିଶା କେବଳ କିନ୍ନର ସ୍ବେଛାସେବୀ ଚିନ୍ମୟୀ ଦାସଙ୍କ ଉଦ୍ୟମ ରେ ଅନଗୁଳ ମୁଖ୍ୟ ଚିକିତ୍ସାଳୟରେ ପ୍ରଥମଥର ପାଇଁ ତୃତୀୟଲିଙ୍ଗୀ କକ୍ଷ ଅନଗୁଳ ମୁଖ୍ୟ ଚିକିତ୍ସାଳୟ ରହିଛି। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଅନଗୁଳ ଗସ୍ତ ସମୟରେ ଆସିଥିବା ବେଳେ ଚିନ୍ମୟୀ ଦାସ ଏକ ଦାବିପତ୍ର ଦେଇଛନ୍ତି। ଯେଉଁଥିରେ ଏସ୍‌ସିବି ଓ ଏମ୍‌ସରେ ଶହେ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯାଉ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତୃତୀୟଲିଙ୍ଗୀ ଆବଶ୍ୟକତାକୁ ଅନୁଭବ କରି ସମ୍ମତି ପ୍ରଦାନ କରିଛନ୍ତି।