ମୁଖ୍ୟ ଖବର

ପାଳଲହଡ଼ାରେ ସିରିଜ୍ ଦୁର୍ଘଟଣା: ୪ ଗୁରୁତର, ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ

By Angul TV Bureau

July 13, 2026

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଘଟିଯାଇଛି ସିରିଜ୍ ବାଇକ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ପାଳଲହଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ସେବା ନମିଳିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନଗିରା ପଞ୍ଚାୟତ ବାଲିବାହାଳ ଗାଁର ଡମ୍ବୁରୁ ନାୟକ ଓ ପୀତାମ୍ବର ନାୟକ ନିଜ ଗାଁକୁ ଫେରୁଥିବା ବେଳେ ନମଗାଁ ନିକଟରେ ଭାରସାମ୍ୟ ହରାଇ ଗୁରୁତର ହୋଇଥିଲେ। ସେହିପରି ସହିଡ଼ା ପଞ୍ଚାୟତ କାଦଡ଼ିହା ଗ୍ରାମର ପ୍ରଦୀପ ନାୟକ ବାଇକ୍‌ରୁ ପଡ଼ି ଆହତ ହୋଇଛନ୍ତି। ଏହାଛଡ଼ା ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳର ଜଣେ ଯୁବକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି, ଯାହାର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ଦୁର୍ଘଟଣାଗୁଡ଼ିକରେ ୧୦୮ ଆମ୍ବୁଲାନ୍ସ ପାଇଁ ଫୋନ୍ କରାଯାଇଥିଲେ ବି ସମୟରେ ନମିଳିବାରୁ ପରିବାର ଓ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଆହତଙ୍କୁ ଅନ୍ୟ ଉପାୟରେ ଡାକ୍ତରଖାନା ନେଇଥିଲେ। ପ୍ରଶାସନ ପକ୍ଷରୁ ତୁରନ୍ତ ଆମ୍ବୁଲାନ୍ସ ସେବାକୁ ସୁଧାରିବା ପାଇଁ ଦାବି ହୋଇଛି।