ଘଟଣା ଓ ଦୁର୍ଘଟଣା

୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

By Angul TV Bureau

April 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ସ୍କୁଲ ଛକ ନିକଟରୁ ଶୁକ୍ରବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧରମପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ୭ ଫୁଟିଆ ଅଜଗର ରାସ୍ତା ଅତିକ୍ରମ କରୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଅଜଗରକୁ ଦେଖିବାକୁ ସମସ୍ତେ ଭିଡ଼ ଜମାଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ବାପୁନ୍ ସାହୁ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ପରେ ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଥିବା ଜଣାଯାଇଛି।