ମୁଖ୍ୟ ଖବର

କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ଟ୍ରେନ, ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କଲା ପୂର୍ବତଟ ରେଲୱେ

By Angul TV Bureau

January 12, 2025

ଭୁବନେଶ୍ବର: କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ଟ୍ରେନ। ପ୍ରୟାଗରାଜ ଅଭିମୁଖେ ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର ଦେଇ ଯିବ। ସେହିପରି ପୁରୀ-ତୁଣ୍ଡଲା-ପୁରୀ କୁମ୍ଭ ସ୍ପେଶାଲ ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ବାଲେଶ୍ୱର ଦେଇ ଯିବ। ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ କୁମ୍ଭ ସ୍ପେଶାଲ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଦେଇ ଯିବ।

ସେହିପରି ବିଶାଖାପାଟଣା-ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍- ବିଶାଖାପାଟଣା କୁମ୍ଭ ସ୍ପେଶାଲ ଟ୍ରେନ୍ ରାୟଗଡା, ବଲାଙ୍ଗୀର ଓ ନୂଆପଡା ଦେଇ ଯାତ୍ରା କରିବ। ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା କୁମ୍ଭ ସ୍ପେଶାଲ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ଦେଇ ଯିବ। ତିରୁପତି-ବନାରସ-ତିରୁପତି କୁମ୍ଭ ସ୍ପେଶାଲ ଓଡ଼ିଶାର ରାୟଗଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦେଇ ଯାତ୍ରା କରିବ। ସେହିଭଳି ନରାସପୁର-ବନାରସ-ନରାସପୁର କୁମ୍ଭ ସ୍ପେଶାଲ ରାୟଗଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ଦେଇ ଯାତ୍ରା କରିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୁମ୍ଭମେଳା ପାଇଁ ସ୍ଵତନ୍ତ୍ର ବସର ଶୁଭାରମ୍ଭ କରିଛନ୍ତି। ଏହି ସ୍ୱତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି।