ଅନୁଗୋଳ: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ପୁନଃ ସକାଳୁଆ କରିବାକୁ ଦାବି କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ବର୍ତ୍ତମାନ ସ୍କୁଲଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ଅନେକ ଛାତ୍ରଛାତ୍ରୀ ସ୍କୁଲରେ ଅସୁସ୍ଥ ହୋଇପଡୁଥିବା ଓ ସଂଜ୍ଞାହୀନ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ସ୍କୁଲଗୁଡ଼ିକରେ ବିଦ୍ୟୁତ୍ ସେବା ଏବଂ ପଙ୍ଖାର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ମୌସୁମୀ ବର୍ଷା ବିଳମ୍ବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ତୁରନ୍ତ ସ୍କୁଲ ସମୟ ପରିବର୍ତ୍ତନ କରିବାକୁ ଦଳ ପକ୍ଷରୁ ଜିଦ୍ ଧରାଯାଇଛି। ଏହି ପ୍ରତିନିଧି ଦଳରେ ତପନ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ ଓ ଚିତ୍ତରଞ୍ଜନ ନାଏକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ସାମିଲ ଥିଲେ।