ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବାଳୁ ଅକଟା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁ ହେଲେ ବାଳୁ ଅକଟା ଗାଁର ନିରଞ୍ଜନ ସାହୁଙ୍କ ପୁଅ ଆର୍ଯ୍ୟନ ସାହୁ(୫)। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଆର୍ଯ୍ୟନ ରବିବାର ସକାଳେ ପଡ଼ୋଶୀଙ୍କ ଘର ପାଖରେ ଖେଳୁଥିଲେ। ଏହି ସମୟରେ ଏକ ଆର୍ଥିଂ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଆସି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି।