ମୁଖ୍ୟ ଖବର

ଅନୁଗୁଳରେ ସେକ୍ସ ରାକେଟ୍ ଠାବ: ଏ-ୱାନ୍ ହୋଟେଲରେ ଚଢ଼ାଉ, ମାଲିକଙ୍କ ସମେତ ୪ ଗିରଫ

By Angul TV Bureau

April 10, 2026

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳରେ ଚାଲୁଥିବା ଏକ ବଡ଼ ଧରଣର ଅନୈତିକ ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସ୍ପେସିଆଲ ସ୍କ୍ୱାର୍ଡ ପକ୍ଷରୁ ସ୍ଥାନୀୟ ‘ଏ-ୱାନ୍’ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ପୋଲିସ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ହୋଟେଲ ମାଲିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଉକ୍ତ ହୋଟେଲରେ ଦୀର୍ଘ ଦିନ ଧରି ଏହି କାରବାର ଚାଲିଥିବା ନେଇ ପୋଲିସ ପାଖରେ ସୂଚନା ରହିଥିଲା। ଉଦ୍ଧାର ହୋଇଥିବା ଯୁବତୀମାନେ ବାଲେଶ୍ୱର ଓ ଅନୁଗୁଳ ଅଞ୍ଚଳର ବୋଲି ଜଣାପଡ଼ିଛି। ବାହାର ଜିଲ୍ଲାରୁ ଯୁବତୀମାନଙ୍କୁ ଆଣି ଏଠାରେ ଦେହ ବ୍ୟବସାୟ କରାଯାଉଥିଲା।

ଅନୁଗୁଳ ଟାଉନ ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ରାକେଟ୍ ପଛରେ ଅନ୍ୟ କେଉଁମାନଙ୍କର ସଂପୃକ୍ତି ରହିଛି ଏବଂ ଜିଲ୍ଲାର ଅନ୍ୟ କେଉଁ ସ୍ଥାନକୁ ଏହାର ଚେର ଲମ୍ବିଛି, ସେ ନେଇ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି।