ମୁଖ୍ୟ ଖବର

ଅନୁଗୁଳରେ ସେକ୍ସ ରାକେଟ୍ ଠାବ: ୪ ଅଭିଯୁକ୍ତ ଗିରଫ, ୨ ରୂପଜୀବୀ ଉଦ୍ଧାର

By Biswaranjan Pattnaik

June 30, 2024

ଅନୁଗୁଳ: ଅନୁଗୁଳରେ ଚେର ଲମ୍ବାଇଥିବା ସେକ୍ସ ରାକେଟ୍ ଗ୍ୟାଙ୍ଗକୁ ଧରିଲା ପୋଲିସ। ଗତ ଶନିବାର ସନ୍ଧ୍ୟାରେ ଅନୁଗୁଳ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଦନମୋହନପଡ଼ା ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରି ଏକ ସେକ୍ସ ରାକେଟକୁ ଧରିଥିଲା। ଏହି ଘରେ ରଙ୍ଗଶାଳା ଚାଲିଥିଲା।

ପୋଲିସ ଚଢ଼ଉ କରି ଦୁଇ ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କୁରୁମିଠା ଗ୍ରାମର ଶ୍ରୀଧର ବାରିକ (୪୨), ଅନୁଗୁଳ ଜରପଡା ଥାନା ଡେରେଜେଙ୍ଗେ ଗ୍ରାମର ବ୍ରଜମୋହନ ସାହୁ(୩୪), ଅନୁଗୁଳ ଥାନା ଅନ୍ତର୍ଗତ ମଦନମୋହନ ପଡ଼ାର ୨ ଜଣ ନିଶାର ଅହମ୍ମଦ (୧୯) ଓ ନସୀମ ଅହମ୍ମଦ (୫୫)।

ରଙ୍ଗଶାଳା ଚାଲିଥିବା ଏହି ଘରଟି ମୀନତି ଆଲିଆସ ସବନମ ନାମକ ଜଣେ ମହିଳାଙ୍କ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାଯାଇଛି।