ମୁଖ୍ୟ ଖବର

ସେକ୍ସ ରାକେଟ ଠାବ, କିଙ୍ଗପିନ ମହିଳାଙ୍କ ସହ ୨ ଗିରଫ

By Angul TV Bureau

March 31, 2023

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁ ଦୁର୍ଗା ବିହାର ଅଞ୍ଚଳରୁ ଗୁରୁବାର ପ୍ରାୟ ରାତି ୧୨ଟାରେ ଏକ ସେକ୍ସ ରାକେଟ ଠାବ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୋଲିସ ଗୁରୁବାର ରାତିରେ ସହର ଉପକଣ୍ଠ ତୁରଙ୍ଗ ଗାଁ ଦୁର୍ଗାବିହାରର ଏକ ଭଡ଼ାଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୋଲିସ ଜଣେ କିଙ୍ଗପିନ୍ ମହିଳା, ତାଙ୍କର ଜଣେ ଡ୍ରଇଭର ସହଯୋଗୀ, ଛତୁ ବେପାର କରୁଥିବା ଜଣେ ଗ୍ରାହକଙ୍କସହ ୨ ଜଣ ଦେହଜୀବୀ ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରି ଥାନାକୁ ନେଇ ପଚରା ଉଚୁରା କରିଥିଲା।

ପଚରା ଉଚୁରା ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ୩୫ ବର୍ଷର ମହିଳା ଓ ଡ୍ରଇଭର ଭାବେ କାମ କରୁଥିବା ଠାକୁରଗଡ଼ ଥାନା ଅଞ୍ଚଳର ବଳରାମ ଶତପଥି ଦୁର୍ଗାବିହାରରେ ଗତ ୧୮ ତାରିଖରେ ଭଡ଼ାରେ ଘର ନେଇ ବିଭିନ୍ନ ଅଞ୍ଚଳରୁ ଦେହଜୀବୀ ନେଇ ସେକ୍ସ ରାକେଟ ଚଲାଉଥିଲେ। ଏହି ଧନ୍ଦାରେ ସମ୍ପୃକ୍ତ ଥିବା ଗ୍ରାହକ ବିକ୍ରମପୁର ଥାନା ଅଞ୍ଚଳର ଛତୁ ବେପାରୀ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କୁ ମଧ୍ୟ ଗିରଫ କରିଛି। ଖୋର୍ଦ୍ଧା ଓ ଢ଼େଙ୍କାନାଳ ଅଞ୍ଚଳର ଉଭୟ ଦେହଜୀବୀଙ୍କୁ ଡ଼ାକ୍ତରୀ ପରୀକ୍ଷା କରିବାପରେ ବ୍ରକ୍ତିଗତ ମୁଚଲିକାରେ ଛାଡ଼ି ଦିଆଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।