ମୁଖ୍ୟ ଖବର

ଏମିତି ସାରଙ୍କୁ ଦରକାର ପାହାର ! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଭାଇରାଲ କଲେ ଫଟୋ, ବନ୍ଧା ହେଲେ ଟିଉସନ ସାର

By Angul TV Bureau

February 20, 2025

ପାଳଲହଡ଼ା: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ଟିଉସନ ସାର। ଅନୁଗୁଳ ଜିଲ୍ଲା ପାଳଲହଡ଼ା ପୋଲିସ କୋଚିଂ ସେଣ୍ଟର ମାଲିକ ମୁକେଶ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ମୁକେଶ ବେହେରା ଏକ ଆବାସିକ କୋଚିଂ ସେଣ୍ଟର ଖୋଲି ଦୀର୍ଘଦିନ ହେବ ଛାତ୍ରଛାତ୍ରୀଙ୍କୁ ଟିଉସନ ଦେଇ ଆସୁଥିଲେ। ସେହି କୋଚିଂ ସେଣ୍ଟରର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହିତ ସେ ସମ୍ପର୍କରେ ଥିଲେ। ନିକଟରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏନେଇ ପୀଡ଼ିତା ନାବାଳିକା ଛାତ୍ରୀଙ୍କ ମା’ ବୁଧବାର ପାଳଲହଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୁକେଶଙ୍କ ବିରୋଧରେ ପାଳଲହଡ଼ା ଥାନାରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।