ଅନ୍ୟାନ୍ୟ

ଲୋକାଲ ଟ୍ରେନ୍ ଚଳାଚଳ ନେଇ ଶାନ୍ତିପୂର୍ଣ୍ଣ ଧାରଣ

By Biswaranjan Pattnaik

September 26, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଳଷ୍ଟେଶନ ଠାରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ ରେଳବାଇ ଷ୍ଟାଫମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗତ ମାର୍ଚ୍ଚ ୨୦୨୦ରୁ କରୋନା ଯୋଗୁ କେନ୍ଦ୍ରସରକାର ସାରା ଦେଶରେ ତାଲା ବନ୍ଦ କରିବା ସଙ୍ଗେସଙ୍ଗେ ଟ୍ରେନଗୁଡିକ ଚଳାଚଳ ବନ୍ଦ କରିଥିଲେ। ହେଲେ ପୁନଃଶ୍ଚ ଏପ୍ରିଲ ୭ ତାରିଖ ୨୦୨୧ରେ ଓଡ଼ିଶାର ସମସ୍ତ ସେକସନରେ ଲୋକାଲ ଟ୍ରେନ ପାଇଁ ଅନୁମତି ମିଳିଲା ତାହାପୁଣି ମେଲ/ଏକ୍ସପ୍ରେସ ଭଡା ଦେଇ। ପରେ ପୁଣି କରୋନା ପ୍ରଭାବକୁ ଦେଖି ୭ ମେ’ ୨୦୨୧ରୁ ଟ୍ରେନ ଚଳାଚଳ ବନ୍ଦ ହେଇଗଲା ଯାହାକି ଦୀର୍ଘ ୫ ମାସ ହେଲାଣି ଲକ୍‌ଡାଉନ୍‌ ଖୋଲିବା ସତ୍ତ୍ୱେ ଚାଲିବାର ନାଁ ଧରୁନି। ଏକ୍ସପ୍ରେସପ୍ ଭଡ଼ା ସାଙ୍ଗକୁ ମାସିକ, ତ୍ରୈମାସିକ ଟିକେଟ୍‌ ସୁବିଧା ମିଳୁନାହିଁ । ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁଗୁଳ ରେଳ ଷ୍ଟେଶନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିଗୁଡ଼ିକ ହେଲା, ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚାଲୁ, ଲୋକାଲ ଟ୍ରେନ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ଏହା ସହ ମାସିକିଆ, ତ୍ରୈମାସିକ, ବାର୍ଷିକ ଟିକେଟ ପାଇଁ ଅନୁମତି ଦାବିରେ ସ୍ବେଛସେବୀ ପ୍ରଶୁରାମ ଦାଶ,ବିଦ୍ୟାଧର ନାୟକ,ଦିବ୍ୟଜ୍ୟୋତି ନାୟକ, ସୂର୍ୟନାରାୟଣ ନାଥ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।