ଅନୁଗୁଳ: କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଗତବର୍ଷ କମ୍ବିଂ ଅପରେସନ ବେଳେ ପ୍ରାଣ ହରାଇଥିବା ସହିଦ୍ ଯବାନ ଦେବାଶିଷ ସେଠୀଙ୍କୁ ମିଳିବ ମରଣୋତ୍ତର ‘ଶୌର୍ଯ୍ୟ ଚକ୍ର’ ସମ୍ମାନା ଏନେଇ ଡିଜିପି ଟୁଇଟ୍ କରି ଜଣାଇଛନ୍ତି। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ଗାଁରେ। ଦେବାଶିଷ ଏସଓଜି ଯବାନ ଭାବେ କାମ କରିଥିଲେ। କମ୍ବିଂ ଅପରେସନ ବେଳେ ସେ ସହିଦ ହୋଇଥିଲେ।