ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ଜାଣନ୍ତୁ କେଉଁଦିନ କେଉଁଠି ହେବ ଶୁଣାଣି

By Sanjeeb Biswal

August 17, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଚଳିତ ଅଗଷ୍ଟ ମାସ ୨୦ ତାରିଖ (ମଙ୍ଗଳବାର ) ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ମାସ ୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, ୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଳକ କାର୍ଯ୍ୟାଳୟ, ୧୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ, ୨୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ ଏବଂ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।