କଳା ଓ ସଂସ୍କୃତି

ସର୍ପେଶ୍ୱର ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ

By Biswaranjan Pattnaik

June 02, 2025

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସର୍ପେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୀତଳଷଷ୍ଠୀ ଆୟୋଜିତ ହୋଇଯାଇଛି। ଏ ଅବସରରେ ପାରମ୍ପରିକ ହୋମଯଜ୍ଞ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା।ପ୍ରଦ୍ୟୁମ୍ନ ପ୍ରଧାନ ଭଗବାନ ଶିବଙ୍କ ପିତା ଓ ଗୋପାଳ ଦାସ  ଦେବୀ ପାର୍ବତୀଙ୍କ ପିତା ରୂପେ ଦିବ୍ୟ ଶୁଭ ପରିଣୟର କର୍ତ୍ତା ରୂପେ ଦାୟିତ୍ଵ ତୁଲାଇଥିଲେ। ଦେବ ଦମ୍ପତିଙ୍କ ବିବାହ ସହିତ ବିରାଟ ଶୋଭାଯାତ୍ରା ସାହି ପରିକ୍ରମା କରିଥିଲା। ଘଣ୍ଟ ଘଣ୍ଟା ଶଙ୍ଖ କାହାଳୀ ସାଙ୍ଗକୁ ନାମ ସଙ୍କୀର୍ତ୍ତନ ରେ ଚତୁର୍ଦ୍ଦିଗ କମ୍ପି ଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶକ୍ତି ପଟ୍ଟନାୟକ,ଆଇନଜୀବୀ ପ୍ରଦୀପ କୁମାର ଦେବତା,ଲଣ୍ଡା ଦେବତା,ଦିଲୀପ ବିଶ୍ଵାଳ,ପଗୁ ମହାପାତ୍ର,ଅକ୍ଷୟ ବିଶ୍ଵାଳ,ମୁକୁନ୍ଦ ପାଳ ପ୍ରମୁଖ ସମାରୋହ ପରିଚାଳନା କରିଥିଲେ।