ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରେଞ୍ଜର ଭୋଇ।
ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର ମାଡ଼ କରିଥିଲା। ପରେ ମଙ୍ଗୁଳୁ ଏକ ଦେଶୀ ବନ୍ଧୁକରେ ରେଞ୍ଜରଙ୍କ ପଛକୁ ଗୁଳି ମାଡ଼ କରିଥିଲା। ଗୁଳିମାଡ଼ କରିବା ପରେ ମଙ୍ଗୁଳୁ ଭୋଇ ଫେରାର ହୋଇ ଯାଇଛି। ଗୁଳି ମାଡ଼ରେ ରେଞ୍ଜର ଭୋଇଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।