ମୁଖ୍ୟ ଖବର

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

By Angul TV Bureau

November 14, 2022

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ମେରାମଣ୍ଡଳି ବଅଁରପାଳ ବ୍ଲକ ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଯୁବକ ଜଣକ ଟାଟା ଷ୍ଟିଲରେ କାମ କରୁଥିବା ବିହାର ଅଞ୍ଚଳର ରବି କୁମାର ବୋଲି ଜଣାଯାଇଛି।

ରବି ଟାଟା ଷ୍ଟିଲରେ କ୍ରେନ ଅପରେଟର ଭାବେ ବହୁଦିନ ହେବ କାମ କରିଆସୁଥିଲେ। ସେ ତାଳ ବାହାଳରେ ଏକ ଭଡା ଘରେ ରହୁଥିଲେ। ଆଜି ପ୍ରାୟ ୧୦ ଟା ବେଳେ ସେ କୌଣସି କାମରେ ବାହାରକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ। ଗୁଳି ମାଡ଼ ପରେ ରବି ସେଠାରେ ହିଁ  ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ କଣ୍ଟାବଣିଆ ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ସବିତା ପାତ୍ର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ସହାୟତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।