ମୁଖ୍ୟ ଖବର

ବନ୍ଧୁକ ଚାଳନା ପ୍ରତିଯୋଗିତା: ତାଳଚେର ରାଇଫଲ କ୍ଲବର ବାଜିମାତ

By Angul TV Bureau

August 31, 2026

ଅନୁଗୋଳ: ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନେ ୱେଷ୍ଟବେଙ୍ଗଲ ଆସାମ ଠାରେ ହୋଇଥିବା ବନ୍ଧୁକ ଚାଳନା ପ୍ରତିଯୋଗିତା ଅଗଷ୍ଟ ୨୫ତାରିଖ ଠାରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ରାଇଫଲ କ୍ଲବର ୯ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରେ ମହିଳା ବିଭାଗରେ .୧୭୭ ଏଆରପିସ୍ତଲରେ ସ୍ୱାତୀରାଣୀ ଗଡ଼ନାୟକ, .୧୭୭ ପିସ୍ତଲରେ ରିତିକା ରାଜ ଓ ସାଇନା ସାହୁ ବିଜୟୀ ହୋଇଥିବା ବେଳେ .୧୭୭ ପିପିସାଇଡ଼୍ ପୁରୁଷ ବିଭାଗରେ ଆୟୁଷ୍ମାନ ଦାସ, ଅମ୍ରିତ ଆନନ୍ଦ, ସୋମନାଥ ବାରିକ, ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗନେବାକୁ ମନୋନୀତ ହୋଇଛନ୍ତି। ସେଥିପାଇଁ ଅନୁଗୋଳ ଓ ତାଳଚେର ରାଇଫଲ କ୍ଲବର ବରିଷ୍ଠ ସଦସ୍ୟମାନେ ପ୍ରତିଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।