ମୁଖ୍ୟ ଖବର

ବନ୍ତଳାରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଦୁର୍ବୃତ୍ତ ଫେରାର

By Angul TV Bureau

October 06, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ନିମ ଛକରେ ମଙ୍ଗଳବାର ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ରେ ଗୁରୁତର ଯୁବକ ଜଣକ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ ବୋଲି ଜଣାପଡ଼ିଛି।

ଘଟଣା ପରେ ଅଞ୍ଚଳରେ ହଠାତ୍‌ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଏକ ବନ୍ଧୁକ ପଡ଼ିଥିବା ଜଣାପଡ଼ିଛି। ଗୁରୁତର ସୁଶାନ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ଖବର ପାଇ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। କିଏ ଓ କେଉଁ କାରଣରୁ ସୁଶାନ୍ତଙ୍କ ଉପରକୁ ଗୁଳି ଚଳାଇଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ପରେ ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିବ।