ଘଟଣା ଓ ଦୁର୍ଘଟଣା

ଋଣ ଭାର ସହି ନ ପାରି ଦୋକାନୀଙ୍କ ଆତ୍ମହତ୍ୟା

By Biswaranjan Pattnaik

October 14, 2023

ଅନୁଗୁଳ: ଅନୁଗୁଳ ସହର ପୁରୁଣା ବସ୍ ଷ୍ଟାଣ୍ଡରେ ବ୍ୟାଗ୍ ଓ ଡ୍ରେସ୍ ଦୋକାନ ଦେଇଥିବା ଜଣେ ଦୋକାନୀ ଶିମିଳିପଡ଼ା ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମୃତ ଦୋକାନୀ ଜଣକ ହେଲେ ଅମିର୍ ଶଙ୍କର ସାହୁ।ବସ୍ ଷ୍ଟାଣ୍ଡ ଉଠି ଯିବା ପରେ ଦୋକାନ ଠିକ୍ ଚାଲୁ ନଥିଲା। ଶଙ୍କର ବହୁ ଋଣ କରିଥିବାରୁ ମାନସିକ ଚାପରେ ଥିଲେ।ତେଣୁ ସେ ଶୁକ୍ରବାର ବିଳମ୍ବିତ ରାତିରେ ଘର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି।