ମୁଖ୍ୟ ଖବର

ମ୍ୟୁନିସପାଲିଟି କାଢୁଛି ଦୋକାନୀ ପୁରାଉଛନ୍ତି

By Angul TV Bureau

June 21, 2024

 

ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଗ୍ରେ ୱାଟର ମ୍ୟାନେଜମେଣ୍ଟ କରାଯିବାକୁ ଥିବା ବେଳେ ସହର ଭିତରେ ଥିବା ସବୁ ଡ୍ରେନ ଗୁଡ଼ିକର ମରାମତି ସହ ପ୍ରଶସ୍ତ କରାଯାଇଛି ।ଅନେକ ଯାଗାରେ ଡ୍ରେନ ଉପରେ ଶ୍ଳାବ ପଡ଼ିଥିବା ବେଳେ ଆଉ କେତେକ ଯାଗାରେ ଖୋଲା ରହିଛି କିନ୍ତୁ କିଛି ଦୋକାନୀଙ୍କ ମନମାନି ଯୋଗୁଁ ଡ୍ରେନ ଗୁଡ଼ିକ ପୁଣି ଆବର୍ଜନାରେ ଭର୍ତ୍ତି ହେଉଛି ।

ଅମଲାପଡ଼ା ଜୟ ଦୁର୍ଗା ମାର୍କେଟରେ ଥିବା ମୁକୁଳା ଡ୍ରେନ ଓ କଲ୍ଭର୍ଟ ଭିତରକୁ ଏଠାକାର ଦୋକାନୀମାନେ ଦୋକାନର ଆବର୍ଜନା ପୂରାଉଛନ୍ତି। ପୌରପାଳିକା ଏହି ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।