ଅନ୍ୟାନ୍ୟ

କୁମୁରସିଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଦୁଇ ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ

By Sanjeeb Biswal

March 30, 2023

ଛେଣ୍ଡିପଦା/ ଜରପଡ଼ା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ପଞ୍ଚାୟତସ୍ଥିତ କୁମୁରସିଙ୍ଗ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଯୋଗ ହୋଇଛି l ଏହି ବିଦ୍ୟାଳୟରେ ଆଗରୁ ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ଶିକ୍ଷକ ଦୀପକ କୁମାର ସାହୁଙ୍କୁ ସରକାର( ସିଆରସିସି) ଭାବେ ନିଯୁକ୍ତି ଦେଇଥିବାରୁ ଏବେ ସ୍କୁଲରେ ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଫଳରେ ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଦେଖା ଦେଉଛି l ତେଣୁ ବୁଧବାର ଗ୍ରାମବାସୀ ଓ ଅଭିଭାବକଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ପରିଚାଳନା କମିଟିର ସଭାପତି ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ କମିଟିର ସମସ୍ତ ସଭ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଆଗକୁ ପିଲାଙ୍କ ନାମ ଲେଖା ଆରମ୍ଭ ହେବ। ତେଣୁ ଶିକ୍ଷକ ଅଭାବରୁ ଏବେଠୁ ଅସନ୍ତୁଷ୍ଟ ଅଭିଭାବକ ପିଲାଙ୍କ ଟି. ସି. ନେବା ପାଇଁ ଆସୁଛନ୍ତି। ତେଣୁ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି ନ ହେଲେ ଅଭିଭାବକ ଚରମ ପନ୍ଥା ଗ୍ରହଣ କରିବେ।

ବୈଠକରେ କମିଟି ସଭାପତି ଚିତ୍ତରଞ୍ଜନ ଦାସ, ଉପ ସଭାପତି ବବିତା ସାହୁ, ୱାର୍ଡ ମେମ୍ବର ସଭ୍ୟା ମନ୍ଦାକିନୀ ରାଉତ, ୱାର୍ଡ ମେମ୍ବର ସଭ୍ୟା ଉପମା ବେହେରା, ସନ୍ଧ୍ୟାରାଣୀ ବେହେରା, ନେପାଳ ସାହୁ, ସନ୍ଧ୍ୟାରାଣୀ ପ୍ରଧାନ, ଅମର କୁମାର ପ୍ରଧାନ, ସସ୍ମିତା ସାହୁ, ସୁଜାତା କୁମାରୀ ସାହୁ, ମାନସୀ ବେହେରା, ମମତା ବେହେରା, ଜଲିଲ ମହମଦ, ସୁଜିତ ସାହୁ, କର୍ଣ୍ଣ ଗୋଛାୟତ, ରଂଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।