ମୁଖ୍ୟ ଖବର

ନିର୍ଦ୍ଦେଶ ଅବମାନନା: ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ

By Angul TV Bureau

April 25, 2026

ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଆଠମଲ୍ଲିକ ଏନଏସି (NAC) ନିର୍ବାହୀ ଅଧିକାରୀଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପୁନର୍ବାସ ସହାୟତା ଯୋଜନାରେ ମନୋନୀତ ପ୍ରାର୍ଥୀ ରଶ୍ମି ରଞ୍ଜନ ସିଂଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ନକରିବା ଏବଂ ବିଭାଗୀୟ ନିୟମ ବାହାରେ “ଅନଫିଟ୍ ସାର୍ଟିଫିକେଟ୍” ମାଗିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ଦ୍ୱାରା ଜାରି ଏହି ପତ୍ରରେ ଉଲ୍ଲେଖ ଅଛି ଯେ, ପୂର୍ବରୁ ଦିଆଯାଇଥିବା ନୋଟିସର କୌଣସି ଉତ୍ତର ମିଳିନାହିଁ। ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି ୧୯୫୯ର ନିୟମ ୩ ଓ ୪ ର ସ୍ପଷ୍ଟ ଉଲ୍ଲଂଘନ। ଆସନ୍ତା ୩ ଦିନ ମଧ୍ୟରେ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ନଚେତ୍ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।