ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟକର୍ତୃପକ୍ଷ ୧୦ ଟଙ୍କା ନନେଲେ ଶୌଚାଳୟ ବ୍ୟବହାର କରିବାକୁ ଦେଉନଥିବା ଅଭିଯୋଗ ହେବାପରେ ଏଟିଭିରେ ଏଥିନେଇ ଖବର ପ୍ରକାଶିତ ହୋଇଥିଲା। ଏଇ ପ୍ରସଙ୍ଗରେ ପୌରପାଳିକା ଗୁରୁତ୍ୱର ସହ ନେଇଛି। ଚିଠି ସଂଖ୍ୟା ୯୯୦ ତା ୨୮.୦୩.୨୫ ଅନୁସାରେ ସମ୍ପୃକ୍ତ ଶୌଚାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନୁଗୁଳ ପୌର ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଦର୍ଶାଇଛନ୍ତି ମାସକୁ ୬ଟି ଟଏଲେଟ ପାଇଁ ପୌର ପାଳିକା ୮୦ ହଜାର ଟଙ୍କା ବ୍ୟୟ କରୁଥିବା ବେଳେ ହାତଗୁଞ୍ଜା ନେବା ଦୁର୍ଭାଗ୍ୟଜନକ। ଉପଯୁକ୍ତ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ସତର୍କ କରାଇଦେଇଛନ୍ତି।