ମୁଖ୍ୟ ଖବର

ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ: ପାର୍କ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ

By Biswaranjan Pattnaik

October 03, 2025

ଅନୁଗୁଳ: ନିକଟରେ ଅନୁଗୁଳ ଅର୍ଥତତ୍ତ୍ୱ ପାର୍କରେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ କେହି ପାଚେରୀ ବାହାରୁ ରେକର୍ଡ କରି ଭାଇରଲ କରି ଦେଇଥିଲା। ଏହା ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ଶୁକ୍ରବାର ପୌରପାଳିକା ପାର୍କ ପରିଚାଳକଙ୍କୁ ସାତ ଦିନିଆ ନୋଟିସ ଦେବା ସହ ଚାରି ଜଣିଆ ପ୍ରତିନିଧି ଦଳ ପଠାଇଛି।ସେମାନେ ସନ୍ଧ୍ୟାରେ ପାର୍କ ବୁଲି ଘଟଣା ସ୍ଥଳ ବୁଲି ଦେଖିବେ ଏବଂ ଏ ସଂପର୍କରେ ଏକ ରିପୋର୍ଟ ଦେବେ। ରିପୋର୍ଟ ଭିତ୍ତିରେ ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଏବେ ପୌରପାଳିକା ଭିତରେ ଥିବା ପାର୍କ ଗୁଡ଼ିକ ଲଭ ବାର୍ଡଙ୍କ ରଙ୍ଗଶାଳା ପାଲଟିଥିବା ଅଭିଯୋଗ ହେଉଛି। ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରିବାକୁ ଦାବି ହେଉଛି।