କ୍ରୀଡ଼ା

ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୁଳର ଶ୍ରେୟାଂଶ ସାହୁ

By Biswaranjan Pattnaik

January 25, 2025

ଅନୁଗୁଳ: ଚଲିତ ମାସ ତା ୨୮ତାରିଖରୁ ଆସନ୍ତା ମାସ ୦୨.୦୨.୨୦୨୫ ରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୁଳ ଜିଲ୍ଲାର ହାତୀଶାଳପଡାର ବିଶ୍ବରଂଜନ ସାହୁ ଓ  ସୂର୍ଯ୍ୟସ୍ନାତା ସାହୁଙ୍କ ସୁପୁତ୍ର ଶ୍ରେୟାଂଶ ସାହୁ ଅଂଶ ଗ୍ରହଣ କରିବେ। ଶ୍ରେୟାଂଶର ବୟସ ବର୍ତ୍ତମାନ ୮ ବର୍ଷ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଅନୁଗୁଳର ଦ୍ବିତୀୟ ଶ୍ରେଣୀରେ ବିଦ୍ୟା ଅଧ୍ୟୟନ କରୁଛନ୍ତି। ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଜିଲ୍ଲାର  ଗୌରବ ଆଣିଛନ୍ତି। ମାତ୍ର ୮ ବର୍ଷର ବାଳକ ଦୁଇ ବର୍ଷ ଭିତରେ ୫ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏବେ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ପଦକ ହାସଲ କରିବାକୁ ମନବଳାଇଛନ୍ତି। ପିଲାଟି ଭିତରେ ଏଭଳୀ ଖେଳପ୍ରତି ଆଗ୍ରହ ଥିବାରୁ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସିଠ ପିଲାଟିକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।