ଅନ୍ୟାନ୍ୟ

ଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା, ବାମୁର ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରଥମ

By Angul TV Bureau

July 28, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିବାନନ୍ଦ ସେବାଶ୍ରମ ଆନୁକୂଲ୍ୟରେ ଆଜି ବିଦ୍ୟାଳୟସ୍ତରୀୟ ଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ଓ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ପ୍ରଧାନ ଓ ସହ ସଂଯୋଜକ ଲକ୍ଷ୍ମଣ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ରାଜ କିଶୋର ସାହୁ ଯୋଗ ଦେଇଥିଲେ। ଆଶ୍ରମର ସଦସ୍ୟ ଭାସ୍କର ଚନ୍ଦ୍ର ସାହୁ, ଶ୍ରୀକାନ୍ତ କୁମାର ମିଶ୍ର ଓ ସମୀରଣ କରଣ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମରେ କିଶୋରନଗର ସରକାରୀ ଉଚ୍ଚ ବିଦ୍ୟାଳୟ, କଦଳୀମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟ, ବାମୁର ଓ ରାମକୃଷ୍ଣ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ବାମୁର ଉଚ୍ଚବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ଭୋଇ ପ୍ରଥମ, କିଶୋରନଗର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରତ୍ନ ମଞ୍ଜରୀ ବାରିକ ଓ ରାମକୃଷ୍ଣ ଶିକ୍ଷାନୁଷ୍ଠାନର ଛାତ୍ରୀ କ୍ଷୀତିମଞ୍ଜରୀ ବାରିକ ଯୁଗ୍ମ ଭାବେ ଦ୍ୱିତୀୟ ଓ ବାମୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତେଜସ୍ମୟୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଅନୀଲ କୁମାର ପଣ୍ଡା, ଜାଗ୍ରତ ସ୍ୱାଇଁ, ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ପୁଷ୍ପାଞ୍ଜଳି ସେଠୀ, ସେବାଶ୍ରମର କର୍ମକର୍ତ୍ତା ପଙ୍କଜ କୁମାର ଦାଶ, ମାନସ ରଞ୍ଜନ ସାହୁ ଓ ସତ୍ୟାନନ୍ଦ ରାଉତ ପ୍ରମୁଖ ପରିଚାଳନା କରିଥିଲେ।