ମୁଖ୍ୟ ଖବର

କୋଲକାତା ଘଟଣାକୁ ନିଜ ତୂଳୀରେ ରଙ୍ଗ ଦେଲେ କୁନି ଚିତ୍ରକର ଶୁଭମ୍

By Biswaranjan Pattnaik

August 21, 2024

ଅନୁଗୁଳ: କୋଲକାତା ଆର୍.ଜି.କର ମେଡ଼ିକାଲ କଲେଜ୍‌ ସେମିନାର ହଲ୍‌ରେ ଜଣେ ମହିଳା ଡାକ୍ତରଙ୍କୁ ଯେଭଳି ବିଭତ୍ସ ଭାବେ ବଳାତ୍କାର ଏବଂ ହତ୍ୟା କରାଗଲା ସେଥିରେ ସାରା ଦେଶ ପଡ଼ୁଛି ଉଠୁଛି। ଡାକ୍ତରଙ୍କ ଠାରୁ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟିଭି, ମିଡ଼ିଆରେ ଏହି ଖବର ଶୀର୍ଷରେ ରହିଛି। ଘରେ ପରିବାରରେ ଆଲୋଚନା ମଧ୍ୟ ହେଉଛି।

ଏ ଖବର ଶୁଣି ଜଣେ ୧୦ ବର୍ଷର ଶିଶୁ ମନରେ ଜେଭଳି ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାକୁ ନେଇ ଯେ କେହି ବି ତାଜୁବ ହୋଇଯିବ।ଆଦର୍ଶ ଇଣ୍ଟର୍ନେସନାଲ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଶୁଭମ୍‌ଜିତ୍‌ ଚୌହାନ ସନ୍ଧ୍ୟାରେ ଟିଉସନ୍‌ ଯାଉଥିବା ମ୍ୟାମ୍‌ଙ୍କ ପାଖକୁ ଯାଇ ହିନ୍ଦୀରେ ପ୍ରଥମେ ପ୍ରତିକ୍ରିୟା ଦେଲା ‘ମ୍ୟାମ,ଆପଣ ଜାଣିଛନ୍ତି କୋଲକାତା ରେ କଣ ଘଟିଛି। ଦିଲ କୋ ହିଲାନେ ୱାଲା ଘଟନା। ଘରେ ଆଲୋଚନା ହେଉଥିଲା ମୁଁ ସବୁ ଶୁଣିଛି। ବଡ଼ ହେଲେ ମୁଁ ଏଭଳି ଲୋକଙ୍କୁ ଛାଡ଼ିବି ନାହିଁ। ମ୍ୟାମ୍‌ ମୁଁ ମୋ ରାଗକୁ ନେଇ ମନକୁ ଯାହା ଆସିଲା ଗୋଟେ ପେଣ୍ଟିଂ କରିଛି,ଦେଖନ୍ତୁ’।

ପେଣ୍ଟିଂରେ ଦୃର୍ବୁତ୍ତ ମାନଙ୍କ ରକ୍ତାକ୍ତ ପାପୁଲି ଏବଂ ପୀଡ଼ିତାଙ୍କ ସାହାଯ୍ୟ ପାଇଁ ଚିତ୍କାର କୁ ଦର୍ଶା ଯାଇଛି। କେବଳ ପେଣ୍ଟିଂ ନୁହଁ ଘଟଣା ନେଇ ତାର ଭାବାବେଗ ଏବଂ ଅନ୍ତର୍ବେଦନା ଦେଖିବାର କଥା। ସତରେ ଗୋଟେ ଘଟଣା ଶିଶୁ ମାନଙ୍କୁ ମଧ୍ୟ କିଭଳି ପ୍ରତିକ୍ରିୟାଶିଳ କରିପାରେ ତାହାର ଏକ ନିଛକ ପ୍ରମାଣ ।