ଅନ୍ୟାନ୍ୟ

ମାଟ୍ରିକରେ ତାଳଚେର ଟପ୍ପର ହେଲେ ଶୁଭମଶ୍ରୀ ସ୍ଵାଇଁ

By Angul TV Bureau

July 07, 2022

ତାଳଚେର/ଅନୁଗୁଳ: ବୁଧବାର ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୨ର ଫଳ। ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଅନନ୍ତ ବିହାର ଡିଏଭି ପବ୍ଳିକ୍ ସ୍କୁଲର ଛାତ୍ର ଶୁଭମଶ୍ରୀ ସ୍ଵାଇଁ ୫୮୪ (୯୭.୩%)ନମ୍ବର ରଖି ତାଳଚେର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ସାଉଥ୍ ବଲଣ୍ଡା ନିବାସୀ ଦୈତାରୀ ସ୍ଵାଇଁ ଏବଂ କାମିନୀ ସ୍ଵାଇଁଙ୍କ ପୁଅ।

ଶୁଭମଶ୍ରୀ ଏହି ସଫଳତାର ଶ୍ରେୟ ପିତାମାତା, ବିଦ୍ୟାଳୟର ଅଧ୍ୟକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ପରୀକ୍ଷା ପାଇଁ ସେ ଦୈନିକ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଜଣେ ଆଇଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଶୁଭମଶ୍ରୀ।