ଅନୁଗୁଳ: ଅନୁଗୁଳ ଶିବା ପଡିଆରେ ଭେଟ୍ରାନ କ୍ଲବ ପକ୍ଷରୁ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ବରିଷ୍ଠ ଆଇନଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ, କ୍ରୀଡା ସଂଗଠକ ରମେଶ ସାହୁ, ପ୍ରମୋଦ ରାଉତ, ପ୍ରଶାନ୍ତ କୁମାର ସିହ୍ନା, ହରମୋହନ ମିଶ୍ର,ସନ୍ତୋଷ ମିଶ୍ର,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅରୁଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚରେ ହିଙ୍ଗୁଳା କ୍ଲବ ବଳରାମପ୍ରସାଦ ଚାନ୍ଦ କ୍ଲବ ଅନୁଗୁଳକୁ ୨-୧ ଗୋଲରେ ହରାଇଲା। ଖେଳ ପରିଚାଳନା କରିଥିଲେ ମନୋରଞ୍ଜନ ପଟନାୟକ ଏବଂ ମ୍ୟାଚ କମିଶନର ଭାବେ ବସନ୍ତ କୁମାର ଦାସ ଦାୟିତ୍ୱ ନିର୍ବାହ କରିଥିଲେ।