ଅନ୍ୟାନ୍ୟ

ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

By Angul TV Bureau

June 21, 2022

ଅନୁଗୁଳ: ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର। ସୋମବାର ୮୭ ବର୍ଷରେ ତାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଆଇନିଜୀବୀ ତାଙ୍କ ବଡଦାଣ୍ଡ ସାହିସ୍ଥିତ ବାସଭବନରେ ପହଞ୍ଚି ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୁତିଆ, କାଉନସିଲର ଲିପିକା ବେହେରା, ପୂର୍ବତନ ସାଂସଦ ରବି ନାରାୟଣ ପାଣି, ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଆସିଫ ଖାନ, ବାବୁନା ସ୍ୱାଇଁ, ତପନ ମହାରଣା, ଦେବୀ ମିଶ୍ର, ଦୟା ସାଗର ମିଶ୍ର, ଭାଗ୍ୟରଥୀ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।

ତାଙ୍କ ମର ଶରୀରକୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ମଣ୍ଡପାଳ ସ୍ଥିତ ଶାନ୍ତି ଧାମରେ ଶେଷ କୃତ୍ୟ କରାଯାଇଛି। ବଡ଼ପୁଅ ସାମ୍ବାଦିକ ଡ଼ଃ ରଶ୍ମି ରଞ୍ଜନ ମିଶ୍ର ସମସ୍ତ କ୍ରିୟା କର୍ମ କରିଥିଲେ।